The Topmost

“The eyes believe themselves, the ears believe other people.”

ବର୍ଗର୍‌ରୁ ଟମାଟୋକୁ ହଟାଇଲା ମ୍ୟାକ୍‌ଡୋନାଲ୍ଡସ୍

ଦେଶରେ ଟମାଟୋ ଦର ଆକାଶଛୁଆଁ ହେବା ପରେ ଲୋକେ ଟମାଟୋ ବ୍ୟବହାର କରିବା ପାଇଁ ଡ଼ରୁଛନ୍ତି । କିନ୍ତୁ ଯେଉଁ ନାମୀଦାମୀ କମ୍ପାନୀ ଏହାର ବ୍ୟବହାର କରୁଥିଲେ, ସେମାନେ ବି ଟମାଟୋକୁ ବାୟ ବାୟ କରିବା ଆରମ୍ଭ କରିଦେଛନ୍ତି । ମ୍ୟାକ୍‌ଡୋନାଲ୍ଡସ୍ ମଧ୍ୟ ବର୍ଗର୍‌ରୁ ଟମାଟୋକୁ ହଟାଇ ଦେଇଛି । ସିଜିନାଲ୍ ଇସ୍ୟୁ ଯୋଗୁଁ କିଛି ସମୟ ପାଇଁ ଏପରି କରାଯାଇଥିବା ମ୍ୟାକ୍‌ଡୋନାଲ୍ଡସ୍ ଇଣ୍ଡିଆର ନର୍ଥ ଆଣ୍ଡ୍ ଇଷ୍ଟ୍ ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି । ଏଥିରେ କୁହାଯାଇଛି ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଆମକୁ ଉନ୍ନତ ମାନର ଟମାଟୋ ନମିଳିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଫ୍ରାଞ୍ଚାଇଜି କହିଛି, ଏହାର ସମାଧାନ ଖୋଜା ଯାଉଛି ଏବଂ ଖୁବ୍‌ଶୀଘ୍ର ଏହାକୁ ଆମ ଆଇଟମ୍‌ରେ ସାମିଲ କରାଯିବ । ଅନ୍ୟପକ୍ଷରେ ଭୀଷଣ ବର୍ଷା କାରଣରୁ ଦେଶରେ ଟମାଟୋର ମୂଲ୍ୟ ୨୫୦ ଟଙ୍କାରେ ପହଞ୍ଚିଛି ।