() ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପି. ଚିଦାମ୍ବରମ । ରାଜ୍ୟସଭା ସଭାପତି ତାଙ୍କର ଇସ୍ତଫା ସ୍ୱୀକାର କରିଛନ୍ତି । ସେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ଯାଇଥିବାବେଳେ ଚଳିତ ମାସ ଆରମ୍ଭରେ ରାଜ୍ୟସଭା ପାଇଁ ୪୧ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରେ ପି. ଚିଦାମ୍ବରମ ଥିଲେ । ନିକଟରେ ସେ ତାମିଲନାଡୁରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ତାମିଲନାଡୁରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲା ପରେ ସେ ମହାରାଷ୍ଟ୍ର ଆସନ ଛାଡିଛନ୍ତି । ତେଣୁ ସେ ଇସ୍ତଫା ଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା