The Topmost

“The eyes believe themselves, the ears believe other people.”

ବମ୍ବେ ହାଇକୋର୍ଟରେ ‘କରାଚି ଟୁ ନୋଏଡା’

ପବଜୀ ଖେଳରୁ ପ୍ରେମ । ପାକିସ୍ତାନରୁ ଭାରତ ଆସିଥିବା ମହିଳା ସୀମା ହାଇଦରଙ୍କ କାହାଣୀକୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମ ’କରାଚି ଟୁ ନୋଏଡା’ ବମ୍ବେ ହାଇକୋର୍ଟରେ ପହଞ୍ଚିଛି । ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପକ୍ଷରୁ ଫିଲ୍ମର ନିର୍ଦ୍ଦେଶକଙ୍କୁ ଧମକ ଦେଇଥିବାବେଳେ ସେ ଏକ ମାମଲା ଦାୟର କରିଛନ୍ତି । ଅମିତ ଜାନି କହିଛନ୍ତି ସେ ହେଉଛନ୍ତି ଉତ୍ତର ଭାରତୀୟ ଏଣୁ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଇଛି । ଆମେ ହିନ୍ଦୁ ବିରୋଧୀ କିମ୍ବା ଦେଶ ବିରୋଧୀ ଫିଲ୍ମ ନିର୍ମାଣ କରୁନାହୁଁ । କିନ୍ତୁ ଆମକୁ କାହିଁକି ବିରୋଧ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  କାଲି ବମ୍ବେ ହାଇକୋର୍ଟରେ ହାଜର ହେବାକୁ ଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ନିର୍ଦ୍ଦେଶକ ।