ବନ୍ୟା ପାଇଁ ଏଏସଓ ପରୀକ୍ଷା ସ୍ଥଗିତ । ଆସନ୍ତା ୨୧ରେ ଏଏସଓ ପରୀକ୍ଷା ହେବାକୁ ଥିବାବେଳେ ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ଥଗିତ ରଖିବା ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରୀକ୍ଷା କେବେ ହେବ ଏନେଇ ଆସନ୍ତା ଦିନରେ ତାରିଖ ଘୋଷଣା ହେବ । ବନ୍ୟା ପାଇଁ ପରୀକ୍ଷା ଘୁଞ୍ଚିବା ଦ୍ୱାରା ଏଏସଓ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ପାଇଁ ଆହୁରି ସୁଯୋଗ ମିଳିବ । ବର୍ତ୍ତମାନ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି । ଏପରିକି ଘରେ ପାଣି ପସିଯିବା କାରଣରୁ ପିଲାମାନେ ପାଠ ପଢିପାରୁନାହାନ୍ତି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ