The Topmost

“The eyes believe themselves, the ears believe other people.”

ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୧ ପାର୍

ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଯୋଗୁଁ ପାହାଡ଼ି ରାଜ୍ୟରେ ପ୍ରଳୟ । ବୁଡ଼ିଛି ସହର, ଭାସୁଛି କାର, ଟ୍ରକ୍ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି । ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଆଜି ଆଉ ୭ ଜଣଙ୍କ ଜୀବନ ଯାଇଛି । ଏବେ ସୁଦ୍ଧା ଜଳ ପ୍ରଳୟଜନିତ ମୃତ୍ୟୁସଂଖ୍ୟା ୪୧ ପାର୍ କରିଛି । ତଳିଆ ଅଞ୍ଚଳରେ ଲୋକମାନେ ଫସି ରହିଥିବା ବେଳେ ଏନଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅନେକ ଘର ଭାଙ୍ଗି ମାଟିରେ ମିଶିଯାଇଛି । ୨ ଶହରୁ ଅଧିକ ଘର ଓ ୮୦ରୁ ଅଧିକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଆଗାମୀ ୨୪ ଘଣ୍ଟା ପାଇଁ ହିମାଚଳ ପ୍ରଦେଶକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେପଟେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବି ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ରହିବାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜଧାନୀ ବାସିନ୍ଦାଙ୍କୁ ବି ଅସ୍ତବ୍ୟସ୍ତ କରିଛି ଅବିଶ୍ରାନ୍ତ ବର୍ଷା । ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ଯମୁନା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ୧୯୭୮ ମସିହା ପରେ ପ୍ରଥମ ଥର ଲାଗି ୨୦୭.୪୯ ମିଟର ଛୁଇଁଛି ଯମୁନା ଜଳସ୍ତର । ପୁରୁଣା ଯମୁନା ବ୍ରିଜ୍ ଉପରେ ଟ୍ରେନ୍ ଓ ଗାଡ଼ି ମୋଟର ଚଳାଚଳ ସାମୟିକ ଭାବେ ବାତିଲ କରାଯାଇଛି । ଆସନ୍ତା ସପ୍ତାହେ ଧରି ଦିଲ୍ଲୀରେ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

SHARE BY