ଫିଲିପାଇନ୍ସର ତାଣ୍ଡବ ରଚିଛି ବର୍ଷା । ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଭୁସ୍ଖଳନ । ଏବେ ସୁଦ୍ଧା ୮୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ନିଖୋଜ ଥିବା ସୂଚନା ରହିଛି । ପ୍ରଶାନ୍ତ ମହାସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ନଲଗେ ଫିଲପାଇନ୍ସର ଦକ୍ଷିଣପ୍ରାନ୍ତରେ ତାଣ୍ଡବ ରଚିଛି । ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଭୁସ୍ଖଳନ ଘଟିଛି । ବର୍ଷା ନକମିବା ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଫଶି ରହିଛନ୍ତି । ମନିଲା ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପଶିବା ଯୋଗୁଁ ନାହିଁ ନଥିବା ସମସ୍ୟା ଭିତରେ ଲୋକମାନେ ଫଶି ରହିଛନ୍ତି । ଗାଁଠୁ ସହର ସବୁ କିଛି ଜଳାବର୍ଣ୍ଣ ସ୍ଥିତିରେ ରହିଛି । ୨୦୨୨ରେ ୧୬ଥର ସାମୁଦ୍ରିକ ଝଡ ଓ ବାତ୍ୟାର ସମ୍ମୁଖୀନ ହୋଇସାରିଛି ଫିଲିପାଇନ୍ସ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ