The Topmost

“The eyes believe themselves, the ears believe other people.”

ବନ୍ୟାଜଳରେ ଫସିଲା ପିଲା ଭର୍ତ୍ତି ସ୍କୁଲ୍ ବସ୍ !

ଦେଶରେ ସକ୍ରିୟ ରହିଛି ମୌସୁମୀ । ଫଳରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଏପରିକି ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଏହାରିଭିତରେ ମଧ୍ୟପ୍ରଦେଶର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ନଦୀ ନାଳରେ ପାଣି ଭର୍ତ୍ତି ହୋଇଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଓ ବ୍ରିଜ ଉପର ଦେଇ ପାଣି ପ୍ରବାହିତ ହେଉଛି । ଏଭଳି ସ୍ଥିତିରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଯାତ୍ରା କରିବାକୁ ପଡୁଛି । ଏସବୁ ଭିତରେ ବନ୍ୟା ପାଣିରେ ଏକ ସ୍କୁଲ ବସ୍‌ ଫସି ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଶାଜାପୁର ଜିଲ୍ଲାର ବିକଲକେଡି ଗ୍ରାମ ନିକଟରେ ଏକ ସ୍କୁଲ ବସ୍ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଅଟକି ଯାଇଥିଲା । ଫଳରେ ୨୪ରୁ ଅଧିକ ସ୍କୁଲ ପିଲା ବସ୍‌ ଭିତରେ ଫସି ରହିଥିଲେ । ଏପରିକି ବସ୍‌ଟି ପାଣି ଭିତରେ ଅଧା ବୁଡି ରହିଥିଲା । ଏହାଦେଖି ପରେ ପାଣି ଭିତରୁ ବସ୍‌କୁ ବାହାର କରିବା ପାଇଁ ଆଗେଇ ଆସିଥିଲେ ଗାଁ ଲୋକେ । ଦଉଡି ବାନ୍ଧି ଏକ ଟ୍ରାକ୍ଟର ସହାୟତାରେ ବସ୍‌କୁ ପାଣି ଭିତରୁ ଟାଣି ଆଣିଥିଲେ ।

SHARE BY