ଦିନ ଦ୍ୱିପ୍ରହରରେ ହାତରେ ଖୁଲମଖୁଲା ଭାବେ ମାଉଜର ଧରି ଖୋର୍ଦ୍ଧାରେ ବୁଲୁଛନ୍ତି ଯୁବକ । ଦାଦାବଟି ଓ ଚାନ୍ଦା ଆଦୟ ପାଇଁ ଏହି ଗ୍ୟାଙ୍ଗ ସକ୍ରିୟ ଥିବା କୁହାଯାଉଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏହି ଯୁବକମାନେ ବନ୍ଧୁକ ଧରି ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସହରରେ ଅନେକ ଯୁବକ ହାତରେ ମାଉଜର ଧରି ବୁଲୁଥିବାର ଖବର ପୋଲିସ ହାତରେ ହସ୍ତଗତ ହୋଇଛି । ପାର୍ବଣ ଋତୁରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ପୋଲିସ କଡ଼ା ନଜର ରଖିଛି । ପୋଲିସ ଏହି ଘଟଣା ଉପରେ ଅଧିତ ତଦନ୍ତ ଜାରି ରଖିଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି