ଦିନ ଦ୍ୱିପ୍ରହରରେ ହାତରେ ଖୁଲମଖୁଲା ଭାବେ ମାଉଜର ଧରି ଖୋର୍ଦ୍ଧାରେ ବୁଲୁଛନ୍ତି ଯୁବକ । ଦାଦାବଟି ଓ ଚାନ୍ଦା ଆଦୟ ପାଇଁ ଏହି ଗ୍ୟାଙ୍ଗ ସକ୍ରିୟ ଥିବା କୁହାଯାଉଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏହି ଯୁବକମାନେ ବନ୍ଧୁକ ଧରି ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସହରରେ ଅନେକ ଯୁବକ ହାତରେ ମାଉଜର ଧରି ବୁଲୁଥିବାର ଖବର ପୋଲିସ ହାତରେ ହସ୍ତଗତ ହୋଇଛି । ପାର୍ବଣ ଋତୁରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ପୋଲିସ କଡ଼ା ନଜର ରଖିଛି । ପୋଲିସ ଏହି ଘଟଣା ଉପରେ ଅଧିତ ତଦନ୍ତ ଜାରି ରଖିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍