ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଫସିଲେ କଂଗ୍ରେସ ନେତା । ବନ୍ଧା ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ । ମୋଦିଙ୍କ ହତ୍ୟାକୁ ନେଇ ବୟାନ ଦେବର ୪୮ ଘଣ୍ଟା ଭିତରେ ତାଙ୍କୁ ପୋଲିସ ଗିରଫ କରିଛି । ରାଜା ପଟେରିଆ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଥିଲା । ପରେ ତାଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଥିଲା । ଆଜି ସକାଳୁ ମଧ୍ୟପ୍ରଦେଶ ଦମୋହାର ହଟ୍ଟା ସ୍ଥିତ ତାଙ୍କ ବାସଭବନରୁ କଂଗ୍ରେସ ନେତାଙ୍କୁ ପୁଲିସ ଗିରଫ କରି ତାଙ୍କୁ ପାନ୍ନା ନେଇଯାଇଛି । ସୂଚନା ଅନୁସାରେ ରବିବାର ପାନ୍ନାରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ କର୍ମୀଙ୍କ ସହ ଆଲୋଚନା କରିବା ବେଳେ ରାଜା ପଟେରିଆ କହିଥିଲେ, ମୋଦି ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରୁଛନ୍ତି । ଯଦି ଆପଣମାନେ ସମ୍ବିଧାନ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହନ୍ତୁ । ହେଲେ ଏପରି ଟିପ୍ପଣୀ ତାଙ୍କ ଶାସନକୁ ମାତ୍ ଦବା ଅର୍ଥରେ କହିଥିଲେ କଂଗ୍ରେସ ନେତା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ