The Topmost

“The eyes believe themselves, the ears believe other people.”

ବନ୍ଦ ହେବ ମଦ ଭେଣ୍ଡର ଓ ବାର 

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା । ଶିବରାଜ ସିଂ ଚୌହାନଙ୍କ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶରେ ଥିବା ସମସ୍ତ ମଦ ଭେଣ୍ଡର ଓ ବାର୍ ବନ୍ଦ ହେବାକୁ ଯାଉଛି । କ୍ୟାବିନେଟ୍ ବୈଠକରେ ମଧ୍ୟପ୍ରଦେଶ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ମଦ ଦୋକାନ ଖୋଲିବ, କିନ୍ତୁ ଦୋକାନରେ ବସି ମଦ ପିଇପାରିବେ ନାହିଁ ବୋଲି କୁହାଯାଇଛି । ଏହା ବ୍ୟତୀତ ବାଳିକା ଛାତ୍ରବାସ ଓ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନରୁ ୧୦୦ ମିଟର ଦୂର ପର୍ଯ୍ୟନ୍ତ କୌଣସି ମଦ ଦୋକାନ ଖୋଲାଯାଇପାରିବ ନାହିଁ । ସେହିପରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରିବା ନେଇ କଡ଼ା ଆଭିମୁଖ୍ୟ ଆପଣାଯିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।