ପୋଙ୍ଗଲ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଗୋଟିଏ ପଟୁ ଦେଖିଲେ, ‘ବନ୍ଦେ ଭାରତ ଏକ୍ସ୍ପ୍ରେସ୍’ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ସଂସ୍କୃତି ଓ ଐତିହ୍ୟକୁ ସଂଯୋଗ କରିବ । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରି ମୁଁ ଆନନ୍ଦିତ। ଏହା ଜୀବନ ଧାରାକୁ ସୁଗମ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ଅର୍ଥନୀତିକୁ ଉପକୃତ କରିବ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ