ବନ୍ଦେ ଭାରତ ଏକ୍ସପ୍ରେସରେ ରେଳବାଇର ବଡ଼ ଅବହେଳା । ଟ୍ରେନରେ ଯାତ୍ରୀଙ୍କୁ ପରଷାଗଲା ଅସ୍ବାସ୍ଥ୍ୟକର ଖାଦ୍ୟ । ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ମଲା ଅସରପା । ତେବେ ଏହି ଟ୍ରେନ୍ ମଧ୍ୟପ୍ରଦେଶ ଭୋପାଳରୁ ଗ୍ବାଲିଅର ଯାଉଥିବାବେଳେ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟରୁ ମଲା ଅସରପା ବାହାରିଛି । IRCTC ଷ୍ଟାଫ୍ ଯାତ୍ରୀଙ୍କୁ ଖାଦ୍ୟ ପରସିଥିବା ବେଳେ ରୁଟିରେ ମଲା ଅସରପା ଲାଗିଥିବା ଯାତ୍ରୀଜଣଙ୍କ ଦେଖିଥିଲେ । ଏହାକୁ ନେଇ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରେଳବାଇର ଅବହେଳାକୁ ନେଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯାତ୍ରୀଜଣଙ୍କ ସେହି ଖାଦ୍ୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । IRCTCofficialକୁ ଟ୍ୟାଗ୍ କରିବା ସହ ଏବଂ ହାସଟ୍ୟାଗ୍ ବନ୍ଦେ ଭାରତ ଏକ୍ସପ୍ରେସ ଲେଖି ଟୁଇଟ କରିଛନ୍ତି ଯାତ୍ରୀ । ସେପଟେ ଯାତ୍ରୀଙ୍କ ପୋଷ୍ଟରେ ରେଳବାଇ ପକ୍ଷରୁ ଭବିଷ୍ୟତର ଏଭଳି ହେବନାହିଁ ବୋଲି ଟୁଇଟ କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍