The Topmost

“The eyes believe themselves, the ears believe other people.”

ବଦଳିଲେ ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର

ବଦଳିଲେ ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର । ବାହାନଗା ଟ୍ରେନ୍ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି । ଏ ନେଇ ସିବିଆଇର ତଦନ୍ତ ଜାରି ରହିଛି । ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍‌ କରି ତଦନ୍ତ କରିଥିଲା ସିବିଆଇ । ସିବିଆଇର ପାଞ୍ଚ ଜଣିଆ ଟିମ୍ ତଦନ୍ତ କରୁଥିଲେ । ସିଗନାଲ ଜେଇଙ୍କ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ଗତ ଜୁନ ଦୁଇ ତାରିଖରେ ଘଟିଥିଲା ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା । ଏଥିରେ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଥିଲେ ।