ବଦଳିଲା ମହିଳା କର୍ମଚାରୀଙ୍କ ପେନସନ୍ ନିୟମ । ସ୍ୱାମୀଙ୍କ ବଦଳରେ ସନ୍ତାନ ହୋଇପାରବେ ନୋମିନି । କେନ୍ଦ୍ରୀୟ ମହିଳା କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ଘୋଷଣା ଅନୁଯାୟୀ ଏଣିକି ବିବାହ ବିବାଦ ସହ ଜନିତ ମାମଲାରେ ମହିଳା କର୍ମଚାରୀ ସ୍ୱାମୀଙ୍କ ବଦଳରେ ନିଜ ପିଲାମାନଙ୍କୁ ଫ୍ୟାମିଲି ପେନସନ ବା ପରିବାର ପେନସନ ପାଇଁ ନୋମିନି ଭାବେ ବାଛିପାରିବେ । ଏଥିପାଇଁ ମନ୍ତ୍ରଣାଳୟ ପେନସନ୍ ନିୟମରେ ଆବଶ୍ୟକୀୟ ସଂଶୋଧନ ଆଣିଛି। କେନ୍ଦ୍ରୀୟ ସିଭିଲ ସେବା ନିୟମ ଅନୁଯାୟୀ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପାରିବାରିକ ପେନସନ ଅନୁମତି ରହିଛି। କିନ୍ତୁ ନୂଆ ନିୟମ ଅନୁଯାୟୀ ଜଣେ ମହିଳା କର୍ମଚାରୀ ପରିବାର ପେନସନ ପାଇଁ ସ୍ୱାମୀଙ୍କ ବଦଳରେ ପିଲାମାନଙ୍କୁ ବାଛିପାରିବେ । ଏନେଇ କେନ୍ଦ୍ର ପେନସନ୍ ଏବଂ ପେନସନ୍ ଭୋଗୀ କଲ୍ୟାଣ ବିଭାଗ ବିଭାଗର ସଚିବ ଭି ଶ୍ରୀନିବାସ କହିଛନ୍ତି ଯେ ଏହି ସଂଶୋଧନ ସମସ୍ତ କ୍ଷେତ୍ରରେ ଜଣେ କେନ୍ଦ୍ରୀୟ ମହିଳା କର୍ମଚାରୀଙ୍କୁ ନୋମିନି ଚୟନ ପାଇଁ ଅନୁମତି ଦେବ। ଏପରିକି କୌଣସି ପରିସ୍ଥିତିରେ ଜଣେ ମହିଳା ସରକାରୀ କର୍ମଚାରୀ ଛାଡପତ୍ର ଆବେଦନ କରିଛନ୍ତି କିମ୍ବା ମହିଳାଙ୍କୁ ଘରୋଇ ହିଂସା ଆଇନର ସମ୍ମୁଖୀନ ହେବାକୁ ପଡିଛି କିମ୍ବା ସେ ଭାରତୀୟ ଦଣ୍ଡବିଧି ସଂହିତା ଅଧିନରେ ମାମଲା ଦାୟର କରିଛନ୍ତି। ଏହି ସଂଶୋଧନ ବାସ୍ତବରେ ପ୍ରଗତିଶୀଳ ଏବଂ ଏହା ମହିଳା ପେନସନ୍ ପ୍ରସଙ୍ଗରେ ମହିଳା କର୍ମଚାରୀଙ୍କୁ ସଶକ୍ତ କରିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ