ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି । ମୋଦି ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି । ଏଣିକି ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନକୁ ଲୋକେ ଅମୃତ ଉଦ୍ୟାନ ନାଁରେ ଜାଣିବେ । ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଉଦ୍ୟାନ ବର୍ଷକୁ ଥରେ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଥାଏ । ଚଳିତ ବର୍ଷ ଜାନୁୟାରୀ ୩୧ ତାରିଖରେ ଏହି ଉଦ୍ୟାନକୁ ଦେଖିବା ପାଇଁ ଲୋକଙ୍କୁ ଛଡାଯିବ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ଉଦ୍ୟାନ ଉତ୍ସବ ୨୦୨୩ର ଉଦଘାଟନ କରିବେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ