ଭାରତ ଶ୍ରୀଲଙ୍କା ଟି୨୦ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆର ଜର୍ସି । ସିରିଜ ଖେଳାଯିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତ୍ତନ କରାଯାଇଥିବା ନେଇ ଟିମର ଲେଗସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଏକ ପୋଷ୍ଟରୁ ଦେଖିବାକୁ ମିଳିଛି । ଜାନୁଆରୀ ୩ ମଙ୍ଗଳବାରରୁ ହିଁ ଏହି ସିରିଜ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଦୁଇ ଟିମ ପ୍ରଥମ ଟି୨୦ ମ୍ୟାଚରେ ମୁହାଁମୁହିଁ ହେବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେବେ ମ୍ୟାଚ ପୂର୍ବରୁ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ସୋସିଆଲ ମିଡିଆ ସାଇଟରେ ଏକ ଫୋଟ ସେୟାର କରିଛନ୍ତି । ତାଙ୍କର ଏହି ଫଟୋରେ ଟିମ ଇଣ୍ଡିଆର ଜର୍ସିରେ କିଛି ପରିବର୍ତ୍ତନ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ