September 19, 2025

ବଦଳିଲା ‘ଓଡିଶା ଅଗ୍ନିଶମ ସେବା’ର ନାମ

ବଦଳିଲା ‘ଓଡିଶା ଅଗ୍ନିଶମ ସେବା’ର ନାମ । ରାଜ୍ୟ ସରକାର ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ କରିଛନ୍ତି ।  ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହେଲା ଅଗ୍ନିଶମ ବିଭାଗ । ଏନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ସୂଚନାଯୋଗ୍ୟ, ‘ଓଡ଼ିଶା ଅଗ୍ନିଶମ ସେବା’ ବିଭାଗ ଅତୀତରେ ଉଲ୍ଲେଖନୀୟ କାମ କରିଛି। ବିପର୍ଯ୍ୟୟ ସମୟରେ ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇଥାନ୍ତି। ବନ୍ୟା, ବାତ୍ୟା ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗ୍ନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥାନ୍ତି।

SHARE BY