ସେନା ମୁଖ୍ୟଙ୍କ ନୂତନ ଆଦେଶ ପରେ ପାକିସ୍ତାନ ସେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଇଯାଇଛି । ଗୋଟେ ଗୋଷ୍ଠୀ ନୂଆ ଡ୍ରେସ୍ କୋଡ୍ ଲାଗୁ କରିବାକୁ ଚାହୁଁନାହିଁ । ସେମାନେ କହିବ କଥା ଯେ ଦେଶର ସୁରକ୍ଷା ହେଉଛି ସେନାର କାମ। ଏପରି କର୍ପୋରେଟ୍ ଡ୍ରେସ୍ କୋଡ୍ ରେ ଫସିଯିବା ଉଚିତ୍ ନୁହେଁ । ପାକିସ୍ତାନୀ ସେନା ବର୍ତ୍ତମାନ ଏକ ନୂତନ ସର୍ଭିସ ଡ୍ରେସ କୋଡ୍ ତିଆରି କରିବାକୁ ଯାଉଛି ଯେଉଁଥିରେ ଏହାର ଅଧିକାରୀମାନେ ଗଳା ବନ୍ଦ ଜ୍ୟାକେଟ୍ ପ୍ୟାଟର୍ଣ ବଦଳରେ କର୍ପୋରେଟ୍ ଲୁକ୍ ରେ ଦେଖାଯିବେ। ଏହି ନୂତନ ସର୍ଭିସ ଡ୍ରେସରେ ଟାଇ ଏବଂ ସାର୍ଟ ପିନ୍ଧାଯିବ । ଆମେରିକା ଗସ୍ତରୁ ଫେରିବା ପରେ ପାକିସ୍ତାନୀ ଆର୍ମି ଜେନେରାଲ ଅସୀମ ମୁନିର୍ ଏହି ନୂତନ ଡ୍ରେସ କୋଡ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଅଧିକାରୀମାନଙ୍କୁ ଟାଇ ଏବଂ ସାର୍ଟ ପିନ୍ଧିବା ଏବଂ କର୍ପୋରେଟ୍ ଲୁକ୍ ବଜାୟ ରଖିବାକୁ କୁହାଯାଇଛି । ତେବେ ଏହି ନୂତନ ଡ୍ରେସ୍ କୋଡ୍ କୁ ନେଇ ପାକିସ୍ତାନ ସେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ