The Topmost

“The eyes believe themselves, the ears believe other people.”

ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାଁ

ହଟିବ ଦେଶଦ୍ରୋହ ଆଇନ । ଏହା ସହ ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣିଥିବା ବିଭିନ୍ନ ବିଲରେ ଏହି ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାମ । ଭାରତୀୟ ପିଙ୍ଗଳ କୋଡ୍, ୧୮୬୦ର ନାଁ ବଦଳି ଏଣିକି ହେବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ଅପରାଧ ପ୍ରକ୍ରିୟା ଆଇନ, ୧୮୯୮ର ନାଁ ବଦଳି ଏଣିକି ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ । ସେହିପରି ଭାରତୀୟ ସାକ୍ଷ୍ୟ ଆଇନ ୧୮୭୨ର ନାଁ ବଦଳି ଏଣିକି ରହିବ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଅମଳରୁ ଏହି ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା । ଲୋକସଭାରେ ଏ ସଂକ୍ରାନ୍ତ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲଗୁଡିକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି- ଲୋକମାନେ କୋର୍ଟକୁ ଯିବାକୁ ଏକ ଦଣ୍ଡ ବୋଲି ଭାବୁଛନ୍ତି । ସେମାନେ କୋର୍ଟକୁ ଯିବାକୁ ଭୟ କରୁଛନ୍ତି । ପୂର୍ବେ ଆଇପିସିରେ ୫୧୧ଟି ଧାରା ଥିଲା । ବର୍ତ୍ତମାନ ଏଥିରେ ୩୫୬ଟି ଧାରା ରହିବ । ୧୭୫ଟି ଆଇନର ସଂଶୋଧନ କରାଯାଇଛି । ବିବାଦୀୟ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯାଇ ନୂଆ ଧାରା ତିଆରି ହୋଇଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ଆଜୀବନ କାରାଦଣ୍ଡର ସଂଜ୍ଞାକୁ ବଦଳାଇ ପ୍ରାକୃତିକ ଜୀବନ ଲାଗି ବନ୍ଦୀ ବୋଲି ବିଲରେ ରହିଛି । ଆଜୀବନ ସଶ୍ରମ କାରାଦଣ୍ଡର ସମୟସୀମା ୧୦ ବର୍ଷରୁ କମ୍ ହେବ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଜୀବନ କାଳ ଯାଏ ଏହା ପରିବର୍ଦ୍ଧିତ ହୋଇପାରେ । ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କଲେ ଦଣ୍ଡର ବ୍ୟବସ୍ଥା କରାଯାଇଛି ।