The Topmost

“The eyes believe themselves, the ears believe other people.”

ବଦଳିବ ଟୁଇଟରର ଲୋଗୋ !

ବଦଳିବ ଟୁଇଟରର ଲୋଗୋ । ନୀଳ ଚଢେଇ ବଦଳରେ ଟୁଇଟରର ନୂଆ ଲୋଗୋ ହେବ ଏକ୍ସ । ଏନେଇ ଖୋଦ୍ ନିଜେ ସୂଚନା ଦେଇଛନ୍ତି ଟୁଇଟରର ମାଲିକ ଏଲନ୍ ମସ୍କ । ଯେବେଠୁ ଏଲନ୍ ମସ୍କ ଟୁଇଟରର ମାଲିକାନା ହାସଲ କରିଛନ୍ତି, ସେବେଠୁ ସେ ଏଥିରେ ଅନେକ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି । ଆଉ ଏହି କ୍ରମରେ ଏବେ ସେ ଏହାର ଲୋଗୋରେ ପରିବର୍ତ୍ତନ କରିବାକୁ ଯାଉଥିବା ସୂଚନା ରହିଛି । ଜଣେ ୟୁଜର୍ସଙ୍କ ସହିତ ଟୁଇଟର ସ୍ପେଶରେ କଥାବାର୍ତ୍ତା ହେବା ସମୟରେ ଏଲନ୍ ମସ୍କ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏଲନ୍ ମସ୍କଙ୍କୁ ଉକ୍ତ ବ୍ୟକ୍ତି ଜଣକ ପ୍ରଶ୍ନ କରିଥିଲେ ଯେ, ସତରେ କଣ ଟୁଇଟରର ଲୋଗୋ ବଦଳିବାକୁ ଯାଉଛି? ଏହାର ଉତ୍ତରରେ ଏଲନ୍ ମସ୍କ କହିଥିଲେ ହଁ । ତେବେ ଏହାସହିତ ସେ ଟୁଇଟରରେ ଏକ ପୋଲ୍ ମଧ୍ୟ ଆରମ୍ଭ କରିଥିଲେ । ଯେଉଁଥିରେ କି ଦ୍ୱିପହର ୧୨ଟା ସୁଦ୍ଧା ପ୍ରାୟ ସାଢେ ୪ ଲକ୍ଷ ଲୋକ ଭୋଟ୍ ଦେଇସାରିଛନ୍ତି । ଏଥିରେ ଅଧିକାଂଶ ଲୋକ ଟୁଇଟରର ରଙ୍ଗ କଳା ରଖିବାକୁ ବାଛିଛନ୍ତି ।