The Topmost

“The eyes believe themselves, the ears believe other people.”

ବଢୁଛି ଶୀତ, ବିଗୁଡୁଛି ଦିଲ୍ଲୀ ସ୍ଥିତି

ଶୀତ ଯେତିକି ବଢୁଛି ଦିଲ୍ଲୀର ପରିବେଶ ସେତିକି ଅଧିକ ଖରାପ ହେବାରେ ଲାଗିଛି । ବିଷ ବଳୟ ସାଜିଛି ଦିଲ୍ଲୀର ପ୍ରଦୂଷିତ ବାୟୁ । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ୍ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି । ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି । ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିବାଥିବା ଅଭିଯୋଗ କରିଛନ୍ତି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି । ସବୁଠୁ ଚିନ୍ତାର କଥା ହେଉଛି ପ୍ରଦୂଷଣ ପାଇଁ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି ।