କରୋନା ପରେ ମୋବାଇଲ୍ ବ୍ୟବହାର ବଢିଛି । ଅଫିସ୍ କାମଠାରୁ ଆରମ୍ଭ କରି ସ୍କୁଲ କଲେଜ ସବୁସ୍ଥାନରେ ମୋବାଇଲର ବ୍ୟବହାରରେ ଢେର ବୃଦ୍ଧି ହୋଇଛି । ତେବେ ଏକ ରିପୋର୍ଟ ଅନୁସାରେ ଭାରତରେ ୨୦୨୬ ସୁଦ୍ଧା ଏହି ସଂଖ୍ୟା ୧ ବିଲିଅନ୍କୁ ଛୁଇଁବ । ଡିଲୋଇଟି ପକ୍ଷରୁ ହୋଇଥିବା ଏକ ସର୍ଭେରେ ଏଭଳି ତଥ୍ୟ ସାମନାକୁ ଆସିଛି । ସୂଚନା ଅନୁସାରେ ୨୦୨୧ରେ ଭାରତରେ ୧.୨ ବିଲିଅନ ମୋବାଇଲ୍ ସବ୍ସ୍କ୍ରାଇବ୍ର ରହିଥିଲେ । ଯେଉଁଥିରୁ ୭୫୦ ମିଲିଅନ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ତେବେ ଏହି ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ଭାରତ ଆଗକୁ ମୋବାଇଲ ନିର୍ମାଣରେ ଦୁନିଆର ଦ୍ୱିତୀୟ ସର୍ବାଧିକ ରାଷ୍ଟ୍ରରେ ପରିଣତ ହେବ । ତେବେ ଏହି ଗ୍ରୋଥର କାରଣ ଗ୍ରାମୀଣ ଅଞ୍ଚଳରେ ବଢିଥିବା ମୋବାଇଲ ବ୍ୟବହାର । ଗ୍ରାମୀଣ ଅଞ୍ଚଳରେ ଏହି ରେଟ୍ ୬ ପ୍ରତିଶତ ବଢିଥିବା ବେଳେ ସହରାଞ୍ଚଳରେ ଏହା ୨.୫ ରହିଛି । ତେବେ ଏହାର ସକରାତ୍ମକ ପ୍ରଭାବରେ ଦେଶର ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଗତି ହେବ । ୨୦୨୫ ଭିତରେ ଭାରତର ସମସ୍ତ ଗ୍ରାମକୁ ଇଣ୍ଟରନେଟ୍ ସହ ଯୋଡିବାର ଲକ୍ଷ ହାସଲ କରିବାରେ ସଫଳ ହେବ ବୋଲି ମତ ପ୍ରକାଶ ପାଇଛି । ସେହିଭଳି ବର୍ତ୍ତମାନ ପ୍ରାୟ ୯୫ ପ୍ରତିଶତ ଲୋକ ନୂଆ ସ୍ମାର୍ଟଫୋନ୍ କିଣୁଥିବା ବେଳେ ମାତ୍ର ୫ ପ୍ରତିଶତ ପୁରୁଣା କିଣୁଛନ୍ତି । ତେବେ ୨୦୨୧ରେ ଏହି ରେଟ୍ ୭୫, ୨୫ ରହିଥିଲା । ଏହି ବୃଦ୍ଧି ପଛରେ ୫ଜି କନେକଫିଭିଟି, ହାଇ ସ୍ପିଡ୍ ଇଣ୍ଟରନେଟ୍, ରିମୋଟ୍ ହେଲ‘କେୟାର ଆଦି ରହିଛି । ଯାହାଫଳରେ ଏହା ଭବିଷ୍ୟତରେ ୧ ବିଲିଅନ୍ରେ ପହଞ୍ଚିବ ବୋଲି ଆକଳନ କରାଯାଉଛି ।
“The eyes believe themselves, the ears believe other people.”
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ