ଋଷ ତେଲରେ ମାଲାମାଲ ଭାରତ । ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢୁଛି ଭାରତ ତେଲର ଚାହିଦା । ବିଶ୍ୱ ତୈଳ ବଜାରରେ ଭାରତ ଏବେ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ଉଭା ହୋଇଛି । ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଋଷଠୁ ତେଲ କିଣୁନଥିବା ପାଶ୍ଚାତ୍ୟ ଦେଶ ଏବେ ଭାରତ ଉପରେ ନିର୍ଭରଶୀଳ ଅଛନ୍ତି । ଋଷରୁ ସୁଲଭ ମୂଲ୍ୟ ଅଶୋଧିତ ତେଲ କିଣି ତାକୁ ବିଶୋଧନ କରି ଆମେରିକା ସମେତ ୟୁରୋପ ମହାଦେଶରେ ବିଭିନ୍ନ ଦେଶକୁ ତେଲ ପଠାଉଛି ଭାରତ । ଯୁଦ୍ଧ ଯୋଗୁ ପାଶ୍ଚାତ୍ୟ ଦେଶ ଋଷ ଉପରେ କଟକଣା ଲଗାଇଥିବାରୁ ସିଧାସଳଖ ଋଷଠୁ ତେଲ କିଣି ପାରୁନାହାଁନ୍ତି । ଅନ୍ୟ ପକ୍ଷରେ ଭାରତ ଜରିଆରେ ସେମାନେ ନିଜର ତୈଳ ଆବଶ୍ୟକତାକୁ ପୁରଣ କରୁଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ