The Topmost

“The eyes believe themselves, the ears believe other people.”

ବଢୁଛି ବ୍ରିଜଭୂଷଣଙ୍କ ଅଡ଼ୁଆ

ବଢୁଛି ବ୍ରିଜଭୂଷଣଙ୍କ ଅଡ଼ୁଆ । ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହେବେ ବ୍ରିଜଭୂଷଣ ଶରଣ ସିଂହ । ବ୍ରିଜ ଭୂଷଣଙ୍କ ବିରୋଧରେ ଗମ୍ଭୀର ଧାରାରେ ମାମଲା ରୁଜୁ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କହି ସମନ କରିଥିଲେ କୋର୍ଟ । ଦିଲ୍ଲୀ ପୋଲିସ ଜୁନ୍ ୧୫ ତାରିଖରେ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୋଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା । ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସମ୍ବନ୍ଧିତ ଆଇପିସି ଧାରା ୩୫୪, ୩୫୪-ଏ ଓ ୩୫୪-ଡି ଏବଂ ବିନୋଦ ତୋମାରଙ୍କ ବିରୋଧରେ ଧାରା ୧୦୯, ୩୫୪, ୩୫୪-ଏ ଓ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି । ଯଦି ବ୍ରିଜଭୂଷଣ ଦୋଷୀ ସାବ୍ୟସ୍ତ ହେଲେ ତେବେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ ।