The Topmost

“The eyes believe themselves, the ears believe other people.”

ବଢିଲା TMC ନେତା ମହୁଆ ମୋଇତ୍ରୋଙ୍କ ଅଡୁଆ

ବଢିଲା ଟିଏମସି ନେତା ମହୁଆ ମୋଇତ୍ରୋଙ୍କ ଅଡୁଆ । ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ୍ । ଡିସେମ୍ବର ମାସରେ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ, ଏବେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ଏନେଇ ସମ୍ପଦା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ପ୍ରଥମେ ତାଙ୍କୁ ଘର ଖାଲି କରିବାକୁ ଗୋଟିଏ ମାସର ସମୟ ଦିଆଯାଇଥିଲା । ଏନେଇ କୋର୍ଟକୁ ଯିବାକୁ ମଧ୍ୟ ଅନୁମତି ମିଳିଥିଲା । ହେଲେ ଏବେ ଯଦି ସେ ସରକାରୀ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରାଯିବ ବୋଲି କୁହାଯାଇଛି । ପ୍ରଥମେ ମହୁଆ ମୋଇତ୍ରଙ୍କୁ ଜାନୁଆରୀ ୭ ଭିତରେ ଘର ଖାଲି କରିବାକୁ ନିର୍ଦ୍ଦେଶ ମିଳିଥିଲା । ଆଉ ଏହା ପରେ ତାଙ୍କୁ ୮ ତାରିଖରେ ସମ୍ପଦା ନିର୍ଦ୍ଦେଶାଳୟ ପୁଣି ନୋଟିସ୍ କରିଥିଲା । ତିନି ଦିନ ଭିତରେ ଏହି ନୋଟିସର ଜବାବ ଦେବା ସହିତ, ସେ କାହିଁକି ସରକାରୀ ଆବାସ ଖାଲି କରିନାହାଁନ୍ତି ସେ ନେଇ ପଚରାଯାଇଥିଲା । ଏହାପରେ ଜାନୁଆରୀ ୧୨ ତାରିଖରେ ମହୁଆ ମୋଇତ୍ରଙ୍କୁ ତୃତୀୟ ନୋଟିସ୍ ପଠାଯାଇଥିଲା । ଆଉ ଘର ଖାଲି କରିବାକୁ କୁହାଯାଇଥିଲା ।