୨ ସପ୍ତାହ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି । ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଛନ୍ତି ଦିଲ୍ଲୀ କୋର୍ଟ । ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ବଢାଇବା ଲାଗି ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା । ଦିଲ୍ଲୀ ମଦ ନୀତି ମାମଲାରେ ଅଧିକ ଜେରାର ଆବଶ୍ୟକ ଥିବାରୁ ତାଙ୍କୁ ଆଉ ୨ ସପ୍ତାହ ଲାଗି ରିମାଣ୍ଡ ଅବଧି ବଢ଼ାଇବା ଲାଗି କୋର୍ଟ ନିକଟରେ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା । ଆବେଦନର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଅବଧିକୁ ଏପ୍ରିଲ ୧୭ ଯାଏ ବଢ଼ାଇଛନ୍ତି । ଗତ ସପ୍ତାହରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଦିଲ୍ଲୀ ମଦ ନୀତି ମାମଲାରେ ପ୍ରାୟ ୧୦୦ କୋଟି ଟଙ୍କାର କିକବ୍ୟାକ ହୋଇଥିବା କ୍ଷେତ୍ରରେ ସିସୋଦିଆ ପ୍ରମୁଖ ଭୂମିକା ନେଇଥିବା ଦର୍ଶାଇ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ କୋର୍ଟ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ