ବଢିଲା ବଲାଙ୍ଗୀର ରାଜ ପରିବାର କଳି । ପାରିବାରିକ ହିଂସା ମାମଲା ରୁଜୁ କଲା ଉତ୍ତରାଖଣ୍ଡ ଡେରାଡୁନ ପୋଲିସ । ଆଦ୍ରିଜା ମଞ୍ଜରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ସ୍ୱାମୀ ଅର୍କେଶ ସିଂହଦେଓଙ୍କ ସହ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଦ୍ରିଜା କରିଥିବା ଅଭିଯୋଗ ଅନୁସାରେ ଗତ ବର୍ଷ ଅଗଷ୍ଟ ମାସରୁ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଥିଲା । ଶାଶୂ ଶ୍ୱଶୁର ଯାଆ ଦେଢଶୂର ମଧ୍ୟ ହଇରାଣ କରୁଥିଲେ । ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିବାରୁ ସେ ଡେରାଡୁନ ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ । ଏପରିକି କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ ବୋଲି ଅଭିଯୋଗ କରିଥିଲେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ