ଆଜିଠାରୁ ଅମୂଲ ସଦ୍ୟ ଦୁଗ୍ଧ ଦର ଲିଟର୍ ପିଛା ୩ ଟଙ୍କା ବୃଦ୍ଧି ପାଇଛି । ଅମୂଲ ମାର୍କେଟିଙ୍ଗ୍ ଫେଡେରେସନ୍ କହିଛି, ଫେବ୍ରୁଆରି ୩ ତାରିଖରୁ ସବୁ ପ୍ରକାରର ‘ଅମୂଲ’ ପାଉଚ୍ ଦୁଗ୍ଧ ଦର ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଏଥର ଲିଟର୍ପିଛା ‘ଅମୂଲ ଗୋଲ୍ଡ୍’ ୬୬ ଟଙ୍କା, ‘ଅମୂଲ ତାଜା’ ୫୪ ଟଙ୍କା, ‘ଅମୂଲ ଗୋଦୁଗ୍ଧ’ ୫୬ ଟଙ୍କା ଏବଂ ‘ଅମୂଲ ଏ-୨ ମଇଁଷି ଦୁଗ୍ଧ’ ୭୦ ଟଙ୍କାରେ ବିକ୍ରୟ କରାଯିବ ବୋଲି ଜାରି ହୋଇଥିବା ବିବୃତିରେ ଉଲ୍ଲେଖ କରାଯାଇଛି । ଗତ ଅକ୍ଟୋବର ମାସରେ ‘ଅମୂଲ’ ଦୁଗ୍ଧ ଲିଟର୍ପିଛା ୨ ଟଙ୍କା ବୃଦ୍ଧି ପାଇଥିଲା । ସାମଗ୍ରିକ ପରିଚାଳନା ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବ୍ୟୟ ବୃଦ୍ଧି ଯୋଗୁଁ ଦୁଗ୍ଧ ଦର ବୃଦ୍ଧି କରାଯାଇଛି । ଗତବର୍ଷ ତୁଳନାରେ ଗୋଖାଦ୍ୟ ମୂଲ୍ୟ ପ୍ରାୟ ୨୦% ବୃଦ୍ଧି ପାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ