February 12, 2026

ବଢିବ କି ପେଟ୍ରୋଲ ଓ ଡିଜେଲ ଦର ?

ଆଗକୁ ବଢିବ କି ପେଟ୍ରୋଲ ଓ ଡିଜେଲ ଦର । ତୈଳଦର ଉପରେ ପଡ଼ୁଛି ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୧.୬୮ ଡଲାର ରହିଛି । ଆଗକୁ ଏହି ଦର ଆହୁରି ବଢିପାରେ । ଫଳରେ ପେଟ୍ରୋଲ-ଡିଜେଲ ଦର ବଢିପାରେ ବୋଲି ଆଶଙ୍କା କରାଯାଉଛି । ଦେଶରେ ଦୀର୍ଘଦିନ ଧରି ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ପଇସା ଥିବାବେଳେ, ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି ।

SHARE BY