ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ହୀରାକୁଦର ଜଳସ୍ତର ବହୁତ କମ୍ ଥିଲା । ବର୍ତ୍ତମାନ ହୀରାକୁଦର ଜଳସ୍ତର ପ୍ରାୟ ୬୦୩.୬ ମିଟର ରହିଛି । ହୀରାକୁଦକୁ ହାରାହାରି ଇନଫ୍ଲୋ ହେଉଛି ପାଖାପାଖି ୮୦ ହଜାର କ୍ୟୁସେକ୍ ଜଳ । ୨୪ ଘଣ୍ଟା ପରେ ଜଳସ୍ତର ୬୦୫.୩ ମିଟର ପାଖାପାଖି ହେବ । ହୀରାକୁଦ ଜଳସ୍ତର ବହୁତ ତଳେ ଥିବାରୁ ଆମେ ଅଧିକ ଜଳ ଚାହୁଁଛୁ । ବିଦ୍ୟୁତ ଉତ୍ପାଦନ ପାଇଁ ଆମେ ଅଧିକ ଜଳ ଆଶା କରୁଛୁ । ଚାଷ କାମ ଆରମ୍ଭ ହେବାରୁ ଜଳସେଚନ ପାଇଁ ମଧ୍ୟ ପାଣି ଦରକାର । ଜୁଲାଇ ୩୧ ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫ ମିଟର ହେବା କଥା । ୬୦୫ ମିଟର ଜଳସ୍ତର ନହେଲେ ଜଳସେଚନ ପାଇଁ ସମସ୍ୟା ହେବ । ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ଘାଇ ଓ ଘଳିଆ ମରାମତି ସରିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା