ତେଜିଲା ବିଜେପି କନ୍ଦଳ, ବଢ଼ିଲା ବିଜେପି ସାଂସଦ-ବିଧାୟକ କଳି । ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ଗୁମର ଖୋଲିଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୋଧରେ ସାଂଘାତିକ ବୟାନ ରଖିଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ । ସ୍ୱାମୀ-ସ୍ତ୍ରୀ କଳି ଯୋଗୁ ଲୋକପ୍ରିୟତା ହରାଇଛନ୍ତି ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ । ବିଧାୟକ କି ସାଂସଦ ହେବା ଯୋଗ୍ୟତା ତାଙ୍କର ନାହିଁ । ସ୍ତ୍ରୀଙ୍କ ଦ୍ୱାରା ଗୃହବନ୍ଦୀ ଅଛନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେ । ସେ ସାଂସଦ କି ବିଧାୟକ ପଦ ପାଇଁ ଛିଡ଼ା ହେଲେ ହାରିବା ପକ୍କା । ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ ଲୋକଙ୍କ ପାଖକୁ ଗଲେନାହିଁ କି ଲୋକଙ୍କ କୌଣସି କାମ କଲେ ନାହିଁ । ସେଥିପାଇଁ ଲୋକ ତାଙ୍କୁ ଘୃଣା କରୁଛନ୍ତି । ସେ ଆଉ ସାଂସଦ ଭାବେ କୁଆଡୁ ଛିଡ଼ା ହେବେ ବୋଲି ପ୍ରଶ୍ନ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା