ମାଟ୍ରିକ ରେଜଲ୍ଟ ପରେ ଏବେ ଯୁକ୍ତ ୨ ନାମଲେଖା ଚିନ୍ତା । ମେରିଟ୍ ଓ ପାସ୍ ହାର ତୁଳନାରେ ଯୁକ୍ତଦୁଇ ସିଟ୍ ସଂଖ୍ୟା କମ୍ ଅଛି । ତେଣୁ ଆବଶ୍ୟକ ପଡ଼ିଲେ ଯୁକ୍ତ ଦୁଇ ସିଟ୍ ବଢ଼ିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ଏନେଇ ସୋମବାର ସମୀକ୍ଷା ବୈଠକ ବସିବ । ଏବର୍ଷ ମାଟ୍ରିକ ପରୀକ୍ଷାଫଳ ସିବିଏସଇ ଓ ଆଇସିଏସଇକୁ ପଛରେ ପକାଇ ଦେଇଛି । ତେଣୁ ଯୁକ୍ତଦୁଇ ସିଟ୍ ସଂଖ୍ୟା ନବଢ଼ିଲେ ଇଚ୍ଛା ମୁତାବକ କଲେଜରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ନିରାଶ ହେବେ । ମେଧାବୀ ଛାତ୍ରଛାତ୍ରୀ ନିଶ୍ଚିତ ଭଲ କଲେଜରେ ସିଟ୍ ପାଇବେ । ଯେତିକି ଯୁକ୍ତ ସିଟ୍ ଅଛି, ତାହା ପୂରଣ ହେବା ପରେ ସିଟ୍ ବଢ଼ିବା କଥା ଚିନ୍ତା କରାଯିବ । ଯେଉଁଠି ସିଟ୍ ବଢ଼ାଇବା ସମ୍ଭବ ହେବ, ବଢ଼ାଯିବ । ସବୁ ଦିଗକୁ ଚିନ୍ତା କରି ସିଟ୍ ବଢ଼ିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ