ମୁମ୍ବାଇ: ମାର୍ଚ୍ଚ ୦୩ : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ବଡ ପରଦାରେ ନଜର ଆସିବେ କିଙ୍ଗ ଖାନ୍ ।। ବର୍ତ୍ତମାନ ଶାହରୁଖ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ଏହାକୁ ଶାହରୁଖ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଛନ୍ତି । ଆସନ୍ତାବର୍ଷ ଜାନୁଆରୀ ୨୫ରେ ପଠାନ୍ ରିଲିଜ ହେବ । ବହୁ ସମୟ ଧରି କୌଣସି ସିନେମା ପରଦା ଉପରକୁ ଆସିନଥିବାରୁ ପୋଷ୍ଟରେ ଶାହରୁଖ ଲେଖିଛନ୍ତି- ମୁଁ ଜାଣିଛି ବହୁତ ବିଳମ୍ବ ହୋଇଗଲା । କିନ୍ତୁ ଆପଣମାନେ ତାରିଖକୁ ଭଲଭାବେ ମନେ ରଖନ୍ତୁ । ପଠାନର ଟାଇମ୍ ଆରମ୍ଭ ହୋଇଯାଇଛି । ତେବେ ତାଙ୍କର ଏହି ଫିଲ୍ମ ହିନ୍ଦି, ତାମିଲ, ତେଲୁଗୁ ଆଦି ୩ଟି ଭାଷାରେ ରିଲିଜ୍ ହେବ । ତେବେ ଏହାର ରିଲିଜ ଡେଟ୍ ସହିତ ଏହାର କିଛି ଟିସର ମଧ୍ୟ ସେୟାର କରିଛନ୍ତି ଶାହାରୁଖ ଖାନ୍ । ପଠାନରେ ସେ ଏକ ଅଲଗା ଅନ୍ଦାଜରେ ନଜର ଆସିବେ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ