ଆଜି ପବିତ୍ର ବଡ଼ଦିନ । ଉତ୍ସବ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ । ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମବେତ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଚର୍ଚ୍ଚରେ କରାଯାଇଛି ବ୍ୟାପକ ବ୍ୟବସ୍ଥା । ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟର ଚର୍ଚ୍ଚରେ ଲାଗିଛି ଗହଳି । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ । ଆଜିକୁ ପ୍ରାୟ ୨୦୨୩ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ବାସ ରହିଛି । ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା କୁହାଯାଉଛି । ଶେଷ ଜୀବନରେ ଯୀଶୁଙ୍କୁ କୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି । ଏହାପରଠାରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ