୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଠକେଇ ଅଭିଯୋଗରେ ୫ ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୪ ଜଣ ରାଉରକେଲାର ହୋଇଥିବାବେଳେ ଜଣେ ସୁନ୍ଦରଗଡ଼ ଅଞ୍ଚଳର । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପଷରୁ ୫ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏବେବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଗିରଫ ୫ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗିରଫ ଅଭିଯୁକ୍ତ ହେଲେ ଧନବାନ ସା, ରାମଭରୋସେ ସା, ନିକୁ ସିଂ, ସୁବାଶ କାଣ୍ଡୁଲାନା ଓ ମନୋଜ ପାଣ୍ଡେ । ଜାଲି କାଗଜପତ୍ରରେ ୩୧୧ କୋଟି ଜିଏସଟି ଠକିଥିବା ଅଭିଯୋଗ । ୨୩ ଜାଲି ସଂସ୍ଥା ଓ ୩ଟି କମ୍ପାନୀ ଜରିଆରେ ଠକିଥିବା ଅଭିଯୋଗ । ୩ଟି କମ୍ପାନୀ ମଧ୍ୟରୁ ଗୋଟିଏ ଜାଲି କମ୍ପାନୀ ଥିବା ଜିଏସଟି ପକ୍ଷରୁ ସୂଚନା ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା