ମହାକାର୍ତ୍ତିକ ମାସର ଆଜି ବଡ ପର୍ବ ବଡ଼ ଓଷା । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ସକାଳୁ ନୀତିକାନ୍ତି ପରେ ମୁଖ୍ୟ ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ। ଗତକାଲି ପୂଜକ ସମିତି ଧାରଣା ଦେବା ଯୋଗୁ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ। ରାତି ତମାମ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ଆଉ ଆଜି ମୁଖ୍ୟ ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଶେଷ କରିଥାନ୍ତି । ଆଜି ରାତି ୩ଟାରେ ଦ୍ବାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ବଣ୍ଟାଯାଏ ।
More Stories
ଅପୁତ୍ରିକ ମାନେ ନିଶ୍ଚୟ କରନ୍ତୁ ଏହି ଏକାଦଶୀ
କଣ ରହିଛି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ରହସ୍ୟ
ଏହି ଦୂବରେ ହରି ଓ ହର ପୂଜାରେ ମିଳେ ଅବିନାଶୀ ଶକ୍ତି