The Topmost

“The eyes believe themselves, the ears believe other people.”

ବଜେଟ ପାଇଁ ହାଲଓ୍ବା ଉତ୍ସବ

୨୦୨୩-୨୪ ଆର୍ଥିକ ବଜେଟ ପାଇଁ ନର୍ଥ ବ୍ଲକରେ ହାଲୱା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ । ଯାହା ଗତକାଲି ଆୟୋଜିତ ହୋଇଥିଲା । ପୂର୍ବ ଦୁଇବର୍ଷ ଭଳି କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ । କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲାରେ ଉପସ୍ଥାପିତ ହେବ । ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହସାବ କିତାବ ଖର୍ଚ୍ଚ ଦାବି, ଅର୍ଥ ବିଲ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି । “ୟୁନିଅନ ବଜେଟ ମୋବାଇଲ ଆପ”ରେ ଏହା ଉପଲବ୍ଧ ହେବ । ଏହା ଦ୍ୱିଭାଷୀ ଇଂରାଜୀ ଓ ହିନ୍ଦୀରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ତେବେ ଫେବ୍ରୁଆରୀ ପହିଲା ୨୦୨୩ ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେଲା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପରେ ଉପଲବ୍ଧ ହେବ ।