ଶିକ୍ଷା ହିଁ ପଛୁଆବର୍ଗଙ୍କ ସଶକ୍ତିକରଣର ଉତ୍କୃଷ୍ଟ ମାର୍ଗ। ୨୦୨୨-୨୩ରେ ୯୯ ପ୍ରତିଶତ ପିଲା ସେକେଣ୍ଡାରୀରେ ଉତ୍ତୀର୍ଣ ହେବା ବିଭାଗର ସଫଳତାକୁ ଦର୍ଶାଉଛି । ସେହିପରି ପ୍ରଥମ ଥର ପାଇଁ ଅନୁସୂଚିତ ଜାତି ଜନଜାତି ବର୍ଗଙ୍କୁ ଅଧିକ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ। ପର୍ଯ୍ୟାୟକ୍ରମେ 14ଲକ୍ଷ 50 ହଜାର ପରିବାରକୁ ଏଥିରେ ସାମିଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ପରିବାରକୁ ସଶକ୍ତ କରିବାକୁ 500 କୋଟିର ବ୍ୟବସ୍ଥା ହୋଇଛି। ଆଜି ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହା କହିଛନ୍ତି ଅନୁସୂଚିତ ଜାତି ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା । ଓଡିଶା ସାରା ଦେଶରେ ପ୍ରଥମ ରାଜ୍ୟ ଯେଉଁଠି ଶତ ପ୍ରତିଶତ ଅନୁସୂଚିତ ଜାତି ଜନଜାତି ପିଲାମାନଙ୍କୁ ହଷ୍ଟେଲ ରେ ରଖି ପଢ଼ିବାର ବ୍ୟବସ୍ଥା ହୋଇଛି। ଏଥର ବଜେଟରେ ଅନୁସୂଚିତ ଜାତି ଜନଜାତିର ବିକାଶ ପାଇଁ ୩୮ହଜାର ୪୩୭ କୋଟିର ବ୍ୟବସ୍ଥା କରିଛନ୍ତି।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ