The Topmost

“The eyes believe themselves, the ears believe other people.”

ବଙ୍ଗୋପସାଗରରେ ଗଭୀର ଅବପାତ ଘନୀଭୂତ

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ୬ ଘଣ୍ଟା ହେଲା ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି । ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ରାତି ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ଦକ୍ଷିଣ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ପରେ ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ୧୩ ତାରିଖରେ ବାଂଲାଦେଶ ଓ ମିଆଁମାର ଉପକୂଳ ଦେଇ ଯିବ । ୧୪ ତାରିଖ ଅପରାହ୍ନରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ୧୧୦ ରୁ ୧୨୦ କିମି ବେଗରେ ପବନ ବହିବ । ସମୟ ସମୟରେ ପବନର ବେହ ୧୩୦ କି.ମି ଛୁଇଁବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।