The Topmost

“The eyes believe themselves, the ears believe other people.”

ବକ୍ସ ଅଫିସରେ ଭଲ ରୋଜଗାର କରୁଛି ‘OMG-2’

ଅକ୍ଷୟ କୁମାରଙ୍କ ଅଭିନୀତ ’OMG-2’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ସନ୍ନି ଦେଓଲଙ୍କ ’ଗଦର-୨’କୁ ଟକ୍କର ଦେଉଛି ଅକ୍ଷୟଙ୍କ ଫିଲ୍ମ । ରିଲିଜର ୫ଦିନ ମଧ୍ୟରେ ଏହି ଫିଲ୍ମ ୭୦ କୋଟି ପାର କରିଛି । ସ୍ବାଧୀନତା ଦିବସ ଅବସରରେ ଭଲ ବ୍ୟବସାୟ କରିଛି । ସୋମବାର ୧୨ କୋଟିର ଅଧିକ ରୋଜଗାର କରିଥିବାବେଳେ ସ୍ବାଧୀନତା ଦିବସ ଅବସରରେ ୧୫ କୋଟି ରୋଜଗାର କରିଛି । ରିଲିଜ ଦିନ ଅଥବା ଶୁକ୍ରବାର ୧୦ କୋଟି ଆୟ କରିଥିଲା । ମାତ୍ର ଏହାପରେ ଫିଲ୍ମର ଲୋକପ୍ରିୟତା ବଢ଼ିବା ସହ ରୋଜଗାର ମଧ୍ୟ ବଢ଼ିଛି । ତେବେ ଖୁବଶୀଘ୍ର ଏହି ଫିଲ୍ମଟି ଶହେ କୋଟି ପାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ଭଗବାନଙ୍କ ବେଶରେ ନଜର ଆସିଥିବା ଅକ୍ଷୟ କୁମାରଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।