ଖଚାଖଚ ଦର୍ଶକଙ୍କ ଭିଡ଼୍ ଥିଲା । ରଙ୍ଗବେରଙ୍ଗ ଲାଇଟ୍ ସାଙ୍ଗକୁ ଧୀମା ଧୀମା ମ୍ୟୁଜିକ୍ ବି ବାଜୁଥିଲା। ଏହାମଧ୍ୟରେ ଚାଲିଥିଲା ଫ୍ୟାଶନ୍ ଶୋ’ । ଭଳିକି ଭଳି ଡ୍ରେସ୍ ପିନ୍ଧି ରାମ୍ପ୍ରେ ଚାଲୁଥିଲେ ଦର୍ଶକ । ଏହା ମଧ୍ୟରେ ଅଘଟଣ ଘଟିଥିବା ବେଳେ ଏହାକୁ କେହି ସହଜେ ବିଶ୍ୱାସ କରି ପାରୁ ନାହାନ୍ତି। ମୁଣ୍ଡ ଉପରେ ଲୁହା ରଡ଼ ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଯୁବତୀ ମଡେଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ମଡେଲ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଦର୍ଶକଙ୍କ ସମ୍ମୁଖରେ ଏପରି ଏକ ଘଟଣା ଘଟିଥିବା ବେଳେ ସେମାନେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନାହାନ୍ତି। ଫଳରେ ମୃତ୍ୟୁ ଏପରି ବି ଆସେ ବୋଲି ଆଲୋଚନା ହେଉଛି। ନୋଏଡା ଫିଲ୍ମ ସିଟିରେ ଏକ ଫ୍ୟାଶନ ଶୋ’ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା। ଦର୍ଶକଙ୍କ ଭିଡ଼ ଭିତରେ ଆୟୋଜିତ ହୋଇଥିଲା ଫ୍ୟାଶନ୍ ଶୋ’ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ