ଦିଲ୍ଲୀ ଏସିଡ ମାଡ ଘଟଣା । ଫ୍ଲିପକାର୍ଟକୁ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ୍ । ତେଜାବ ଫିଙ୍ଗିଥିବା ଦୁଇ ଅଭିଯୁକ୍ତ ଏହି ଅନଲାଇନ୍ ସପିଂ ଆପରୁ ଏସିଡ କିଣିଥିଲେ । ଯହାକୁ ନେଇ ଫ୍ଲିପକାର୍ଟକୁ ନୋଟିସ ଜାରି ହୋଇଛି । ବୁଧବାର ଦୁଇ ଅଭିଯୁକ୍ତ ଏକ ବାଇକରେ ଆସି ଏସିଡ ମାଡ କରି ଫେରାର ହୋଇଯାଇଥିଲେ । ଛାତ୍ରୀ ଜଣଙ୍କ ସ୍କୁଲ ବସକୁ ଅପେକ୍ଷା କରିଥିବା ବେଳେ ଏସିଡ ମାଡ ହୋଇଥିଲା । ଅଭିଯୁକ୍ତ ଦ୍ୱୟ ମୁଖା ପିନ୍ଧି ଏସିଡ ପକାଇଥିଲେ ବି ପୋଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେପଟେ ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ