ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ । ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ଗ୍ରହଣ କଲା କମିଶନରେଟ ପୋଲିସ । କଲିକତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ପ୍ରିଜ ପାଇଁ ଲେଖିଲା ଚିଠି । ଗତକାଲି ସୌରୀନଙ୍କ ବିରୁଦ୍ଧରେ ଜାରି ହୋଇଥିଲା ଲୁକ୍ ଆଉଟ୍ ସର୍କୁଲାର୍। କୋଲକାତା ଯାଇଥିଲା ପୋଲିସ ଟିମ୍ ସୌରିନଙ୍କୁ ନପାଇ ଖାଲି ହାତରେ ଫେରିଥିଲା । କୋଲକାତାର ୩ଟି ସ୍ଥାନରେ ସୌରିନଙ୍କୁ ଖୋଜିବାକୁ ପ୍ରୟାସ କରିଥିଲା ପୋଲିସ । ଯଦି ସୌରିନ ଭଟ୍ଟ ହାଜର ନହୁଅନ୍ତି, ତେବେ କୋର୍ଟଙ୍କ ଜରିଆରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ