The Topmost

“The eyes believe themselves, the ears believe other people.”

ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନି

ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନି । ନାବାଳକ ଟ୍ରାଫିକ୍ ନିୟମ ନମାନିବାରୁ ପୁଲିସ ତା’ ଉପରକୁ ଗୁଳି ଚଳାଇବା ଏବଂ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟଣାକୁ ବିରୋଧ କରି ଫ୍ରାନ୍ସରେ ପରିସ୍ଥିତି ଅତି ଜଟିଳ ହୋଇଛି । ଫ୍ରାନ୍ସରେ ଲଗାତାର ପଞ୍ଚମ ଦିନ ଧରି ଦଙ୍ଗା ଜାରି ରହିଛି। ଦଙ୍ଗାକାରୀଙ୍କ ଆତଙ୍କ ବେଳକୁ ବେଳ ଭୟାନକ ହେଉଥିବା ବେଳେ ପୁଲିସ ପ୍ରଶାସନ ଅସହାୟ ପାଲଟି ଯାଇଛି। ଅତିରିକ୍ତ ୪୫ ହଜାର ସୁରକ୍ଷା କର୍ମୀଙ୍କ ନିୟୋଜନ ସତ୍ତ୍ବେ ହିଂସା ନିୟନ୍ତ୍ରଣ ହେଉନାହିଁ। ଗତରାତିରେ ମଧ୍ୟ ଦଙ୍ଗାକାରୀ ଶତାଧିକ ସରକାରୀ ଭବନରେ ନିଆଁ ଲଗାଇ ଦେବା ସହ ୨ ଶହରୁ ଅଧିକ ଗାଡ଼ି ଜାଳି ଦେଇଛନ୍ତି। ପ୍ରାୟ ୧ ହଜାର ଦୋକନ ଜଳି ପାଉଁଶ ହୋଇଯାଇଛି। କେବଳ ଏତିକି ନୁହେଁ ଦକ୍ଷିଣ ପ୍ୟାରିସର ମେୟରଙ୍କ ଘର ଉପରେ ବିକ୍ଷୋଭକାରୀ କାର୍ ମଡାଇଦେବାରୁ ମେୟରଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଆହତ ହୋଇଥିବା ଜଣାପଡିଛି । ଦଙ୍ଗାକାରୀମାନେ ବାସଭବନକୁ ଜାଳିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ ବୋଲି ମେୟର ଭିନ୍‌ସେଣ୍ଟ୍‌ ଜିନ୍‌ବ୍ରୁନ୍‌ କହିଛନ୍ତି। ଗତରାତି ତାଙ୍କ ପାଇଁ ଅତ୍ୟନ୍ତ ଭୟାନକ ଥିଲା ଏବଂ ସେ ଘରେ ନଥିବା ସମୟରେ ଆକ୍ରମଣ ହୋଇଥିଲା । ପତ୍ନୀ ଓ ଦୁଇ ସନ୍ତାନ ଶୋଇଥିବା ସମୟରେ ଦଙ୍ଗାକାରୀମାନେ ଏକ କାର୍‌କୁ ଘର ଉପରେ ଚଢ଼ାଇ ଦେଇଥିଲେ। ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି ଏବଂ ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣେ ଆହତ ହୋଇଛି।