ମଧ୍ୟପ୍ରଦେଶରୁ ଠକ ସର୍ଦ୍ଦାର ଆଇଟି ଇଞ୍ଜିନିୟର ଗିରଫ । ଇଓଡବ୍ଲ୍ୟୁ ଏହି ଫ୍ରଡ ମାଷ୍ଟର ଇଂଜିନିୟରକୁ ଗିରଫ କରିଛି । ଅଭିଯୁକ୍ତ ଅର୍ପିତା ପଞ୍ଚଲଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଇଓଡବ୍ଲ୍ୟୁ । ଭାରତର ସବୁଠାରୁ ବଡ଼ ସଙ୍ଗଠିତ ଠକ ସଂସ୍ଥାର ଏହି ବ୍ୟକ୍ତି ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ । ପ୍ରତି ରାଜ୍ୟରେ ଥିବା ଠକ ଏଜେଣ୍ଟଙ୍କ ଜରିଆରେ ଷଡ଼ଯନ୍ତ୍ର ରଚି ପାଖାପାଖି ୫୦ ହଜାରରୁ ଅଧିକ ଯୁବ ପିଢିଙ୍କୁ ଚାକିରୀ ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶ ଆଲିଗଡ଼ ଅଞ୍ଚଳର ଇଞ୍ଜିନିୟର । ସେ ଏକ ଫେକ୍ ୱେବସାଇଟ ତିଆରି କରି ଅପରେଟ କରୁଥିଲା । ପୂର୍ବରୁ ଗିରଫ ହୋଇଥିବା ଜାଫର ଅହମ୍ମଦ ସରକାରୀ ୱେବସାଇଟ ଭଳି ଦେଖା ଯାଉଥିବା ୯ଟି ୱେବସାଇଟ ଖୋଲି ଲୋକଙ୍କୁ ଚାକିରୀ ଦେବା ନାଁ ରେ ଲୁଟିଥିଲା । ତେବେ ଏମାନଙ୍କ ଭିତରୁ କେବଳ ଓଡିଶାରୁ ୧୨ ହଜାର ଲୋକଙ୍କୁ ଚାକିରି ଦେବା ନାଁ ରେ ୩ହଜାର ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍