ପୋଲିସକୁ ଚକମା ଦେଖାଇ ଖସିଯାଇଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବ ପୁଲିସକୁ ଚକ୍ମା ଦେଇ ହେଲା ଫେରାର ହୋଇଥିବାବେଳେ ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି । ତେବେ ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି । ଏନେଇ ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି । ଗତକାଲି ଅମ୍ରିତପାଲ ସିଂହକୁ ପଞ୍ଜାବ ପୁଲିସ ଗିରଫ କରିଥିବା ନେଇ ସୂଚନା ମିଳିଥିଲା । ତେବେ ସେ ସନ୍ଧ୍ୟାରେ ପୁଲିସ ହେପାଜତରୁ ଫେରାର ହୋଇଯାଇଥିଲା । ଏକ ମୋଟର ସାଇକେଲରେ ବସି ଦ୍ରୁତ ଗତିରେ ସେ ଖସି ପଳାଇଛି । ତାକୁ ଧରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇ ଥିବାବେଳେ ପୋଲିସ ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରୁଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ