ୟୁକ୍ରେନ୍ ବିରୋଧରେ ଘମାଘୋଟ ଯୁଦ୍ଧ ଚଳାଇଥିବା ରୁଷ ଆସନ୍ତା ଫେବୃଆରୀ ସୁଦ୍ଧା ଭାରତକୁ ତୃତୀୟ ୟୁନିଟ୍ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଦେବ । ଭାରତୀୟ ତଦାରଖ ଦଳ ଏହି ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଦେଖିବା ନିମନ୍ତେ ରୁଷରେ ପହଞ୍ଚି ସାରିଛନ୍ତି । ବୟୁସେନାର ଅଧିକାରୀମାନେ ଏହି ତଦାରଖ ଦଳରେ ସାମିଲ ଅଛନ୍ତି । ଏହି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଉଭୟ ଆକାଶ ଓ ଜଳପଥ ଯୋଗେ ଭାରତ ପହଞ୍ଚିବ । ରୁଷ ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀରୁ ଫେବୃଆରୀ ଭିତରେ ଏହି ମିସାଇଲ ସିଷ୍ଟମକୁ ତୃତୀୟ ଦଫାରେ ଭାରତକୁ ଯୋଗାଇ ଦିଆଯିବ। ଏହି ମିସାଇଲ ସିଷ୍ଟମ ୪୦୦ କିଲୋମିଟର ରେଞ୍ଜ ଭିତରେ ଯେକୌଣସି ଯୁଦ୍ଧ ବିମାନକୁ ମାରି ଧ୍ୱଂସ କରିଦେବ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ