ପ୍ରତିଦିନ କିଛି ନା କିଛି ମଙ୍ଗଳଗ୍ରହ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସେ, ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ । ବିଭିନ୍ନ ଆକାର ଏବଂ ରଙ୍ଗର ପଥର ମିଳିବା ପରେ ଏବେ ଲାଲ ଗ୍ରହରୁ ଏପରି ଏକ ପଥର ଦୃଶ୍ୟମାନ ହୋଇଛି, ଯାହା ଏକ ଫୁଲ ପରି ଦେଖାଯାଉଛି । ପ୍ରଥମ ନଜରରେ ବୈଜ୍ଞାନିକମାନେ ଏହାକୁ ଫୁଲ ବିବେଚନା କରିଥିଲେ । ହେଲେ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଏହା ଏକ ପଥର । ଏହାର ଫଟୋ ନାସାର କୁ୍ୟରୋସିଟି ରୋଭର୍ ନିଜ କ୍ୟାମେରାରେ କଏଦ କରିଛି । ଏହି ଫୁଲ ପରି ପଥରର ଅଲଗା ଅଲଗା ପତ୍ର ବାହାରିଥିବା ପରି ଦେଖାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ଏହି ବିଶେଷ ପ୍ରକାର ପଥରର ନିର୍ମାଣ ବିଭିନ୍ନ ପ୍ରକାର ଖଣିଜର ମିଶ୍ରଣ ପରେ ହୋଇଛି । ଭିନ୍ନ ଭିନ୍ନ ପ୍ରକାରର ଖଣିଜକୁ ମିଶାଇ ଏପ୍ରକାର ଆକାର ନେଇଥିବା ପଥରକୁ ଡାଇଜେନେଟିକ କ୍ରିଷ୍ଟାଲ କ୍ଲଷ୍ଟର କୁହାଯାଏ । ସେହିପରି କୁ୍ୟରୋସିଟି ମିଶନର ଡେପୁଟି ପ୍ରୋଜେକଫ ବୈଜ୍ଞାନିକ ଏବିଜିଲ ପ୍ରେମେନଙ୍କ ଟ୍ୱିଟ ଅନୁଯାୟୀ ଏହା ଏପରି ଆକୃତି, ଯାହା ଲୁଣରେ ତିଆରି, ଯାହାକୁ ସଲଫେଟ୍ କୁହାଯାଏ । ଏହା କିଛି ସମୟ ପରେ ନଷ୍ଟ ମଧ୍ୟ ହୋଇଯାଏ । ଯେତେବେଳେ ଏକ ବଡ଼ ପଥରରେ ଖଣିଜର ଭିନ୍ନ ଭିନ୍ନ କଣିକା ମିଳିଥାଏ, ସେତେବେଳେ ଏପରି ଘଟେ । ଏଥିସହ ବାୟୁର ଦିଗ ଏବଂ ଗତି ବଦଳିବା ଯୋଗୁଁ ଏହାର ଆକାର ବି ବଦଳିଥାଏ । ଏହିପରି ଭାବେ ଏପରି ଆକାର ଗଠନ ହୁଏ ଏବଂ ପୁଣି ନଷ୍ଟ ହୋଇଯାଏ । ବୈଜ୍ଞାନିକମାନେ ଏହାର ନାମ ‘ବ୍ଲାକଥର୍ନ ସଲଫ’ ରଖିଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ