The Topmost

“The eyes believe themselves, the ears believe other people.”

ଫିଲ୍ମ ଫ୍ରାଇଡେରେ ଡ୍ରିମ ଗର୍ଲ-୨ ରିଲିଜ

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଡ୍ରିମ ଗର୍ଲ-୨ । ଆୟୁଷ୍ମାନ ଖୁରାନାଙ୍କ ଡ୍ରିମଗର୍ଲ ସିକ୍ବେଲକୁ ନେଇ ଫ୍ୟାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଟ୍ରେଲରରେ ଆୟୁଷ୍ମାନଙ୍କ ପୂଜା ଚରିତ୍ର ଓ ଗୀତ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଆଡଭାନ୍ସ ବୁକିଂରେ ଫିଲ୍ମ ସେତେ ଭଲ ରୋଜଗାର କରି ନଥିଲେ ବି ରିଲିଜ ପରେ ଷ୍ଟାରକାଷ୍ଟ ଓ ଷ୍ଟୋରୀ ଦର୍ଶକଙ୍କୁ ପସନ୍ଦ ଆସିଛି । ରାଜ୍ ସାନ୍ଧିଲ୍ୟଙ୍କ ନିର୍ଦ୍ଦେଶିତ ଡ୍ରିମଗର୍ଲ-୨ରେ ଆୟୁଷ୍ମାନଙ୍କ ସହ ନଜର ଆସିଛନ୍ତି ଅନନ୍ୟା ପାଣ୍ଡେ । ଫାଷ୍ଟ ଡେ’ ଫାଷ୍ଟ ଶୋ’ ପରେ ଫିଲ୍ମକୁ ଭଲ ରେଟିଂ ମିଳିଛି । ମିଡିଲ କ୍ଲାସ ଫ୍ୟାମିଲି ଷ୍ଟୋରୀରେ ଆୟୁଷ୍ମାନଙ୍କ ପୂଜା ଚଳିତ୍ର ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଛି । ଅନନ୍ୟା ପାଣ୍ଡେଙ୍କ ଗ୍ଲାମରସ ପରୀ ଚରିତ୍ର ବି ପ୍ରଶଂସକଙ୍କୁ ପସନ୍ଦ ଆସିଛି । ଶନିବାର, ରବିବାର ଫିଲ୍ମ ଭଲ ରୋଜଗାର କରିବା ଆଶାରେ ରହିଛନ୍ତି ମେକର୍ସ । ଆୟୁଷ୍ମାନ ଖୁରାନା, ଅନନ୍ୟା ପାଣ୍ଡେଙ୍କ ସହ ପରେଶ ରାଓ୍ବଲ, ଅନୁକପୁର, ରାଜପାଲ ଯାଦବ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।