The Topmost

“The eyes believe themselves, the ears believe other people.”

ଫିଲ୍ମର ସୁଟିଂ ସମୟରେ ବଡ଼ ଅଘଟଣରୁ ବଞ୍ଚିଥିଲେ ଜୁହି

ପରଦାକୁ ଫିଲ୍ମ ଆସିବା ମାତ୍ରେ ଦର୍ଶକେ ହିଟ୍, ଫ୍ଲପର ସାର୍ଟିଫିକେଟ ସାଙ୍ଗେ ସାଙ୍ଗେ ଦେଇ ଦିଅନ୍ତି । କିନ୍ତୁ ଗୋଟିଏ ଫିଲ୍ମର ନିର୍ମାଣରେ ଅଭିନେତା ବା ଅଭିନେତ୍ରୀମାନେ କେତେ ଯେ କଷ୍ଟ କରନ୍ତି ତାହା ସମସ୍ତଙ୍କୁ ଜଣାନଥାଏ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅଧିକାଂଶ ସମୟରେ ଅଭିନେତାମାନେ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଇଥାନ୍ତି । ଯେମିତିକି ଜୁହି ଚାଓ୍ବାଲାଙ୍କ ଅଭିନୀତ ଅର୍ଜୁନ ପଣ୍ଡିତ ଫୁଲ୍ମ । ଏହି ଚଳଚିତ୍ରର ସୁଟିଂ ସମୟରେ ଜୁହି ଚାଓ୍ବାଲାଙ୍କ ଜୀବନ ଯାଉ ଯାଉ ରହିଯାଇଥିଲା । ତାଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ରେଳ ଧାରଣା ତଳେ ତାଙ୍କ କ୍ଲାଇମାକ୍ସ ସିନର ସୁଟିଂ ହୋଇଥିଲା । ସେ ଲୁଚି ରହିଥିବାର ଏକ ସିନ ରହିଥିଲା । ମାତ୍ର ଉପରେ ଟ୍ରେନ ଯାଉଥିବା ସମ୍ପର୍କରେ ତାଙ୍କୁ ଜଣାନଥିଲା । ଯଦି ସେ ଟିକେ ଭୁଲ କରିଥାନ୍ତେ ତେବେ ବେକ କଟିଯିବାର ସମ୍ଭାବନା ରହିଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି ।